ୟାସିନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ

ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ଯୋଗାଣ ମାମଲାରେ ୟାସିନଙ୍କୁ ଏହି ସଜା ଦିଆଯାଇଛି…

ନୂଆଦିଲ୍ଲୀ: କଶ୍ମୀର ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଦିଲ୍ଲୀ ବିଶେଷ ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ଯୋଗାଣ ମାମଲାରେ ୟାସିନଙ୍କୁ ଏହି ସଜା ଦିଆଯାଇଛି । ଦୁଇଟି ମାମଲାରେ ୨ଟି ଆଜୀବନ କାରାଦଣ୍ଡାଦେଶ ସହିତ ଅନ୍ୟ ୫ଟି ମାମଲାରେ ୧୦ବର୍ଷ ଲେଖାଏଁ କରାବାସ ସଜା ଶୁଣାଯାଇଛି । କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା ଆଦେଶ ହୋଇଛି । ସମସ୍ତ ଜେଲ ଦଣ୍ଡ ଏକକାଳୀନ ଲାଗୁ ହେବ । ଏହି ଶୁଣାଣୀ ସମୟରେ ୟାସିନ କୋର୍ଟରେ ଉପସ୍ଥିତ ଥିଲେ ।