କଂଗ୍ରେସ ନେତା କପିଲ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ଯିବେ

ବାସ୍ତବରେ କଂଗ୍ରେସ ବିରୋଧରେ ମୋର୍ଚ୍ଚା ଖୋଲିଥିବା କପିଲ ସିବଲଙ୍କୁ ଲାଲୁ ଯାଦବଙ୍କ ପାର୍ଟି ରାଷ୍ଟ୍ରୀୟ ଜନତା ଦଳ….

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କଂଗ୍ରେସ ପାର୍ଟିକୁ ବଡ ଝଟକା ଦେଇଛନ୍ତି । କପିଲ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ପାର୍ଟି ମହାସଚିବ ରାମଗୋପାଳ ଯାଦବଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ । ବାସ୍ତବରେ କଂଗ୍ରେସ ବିରୋଧରେ ମୋର୍ଚ୍ଚା ଖୋଲିଥିବା କପିଲ ସିବଲଙ୍କୁ ଲାଲୁ ଯାଦବଙ୍କ ପାର୍ଟି ରାଷ୍ଟ୍ରୀୟ ଜନତା ଦଳ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟ ରାଜ୍ୟସଭା ପଠାଇବାକୁ ପ୍ରସ୍ତୁତ ଥିଲା ବୋଲି ସୂଚନା ମିଳିଛି । କପିଲ ସିବଲ ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି । ମୋଦୀ ସରକାରଙ୍କୁ ବିରୋଧ କରିବା ପାଇଁ ବିପକ୍ଷରେ ରହି ମହାମେଣ୍ଟ କରିବାକୁ ଚାହୁଁଛୁ ।