ବିବାଦୀୟ ମନ୍ତବ୍ୟ ଦେଇ ନୂପୁର ଶର୍ମା ନିଲମ୍ବିତ

ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ବିଜେପି ସଦସ୍ୟତାରୁ ନିଲମ୍ବିତ…

ନୂଆଦିଲ୍ଲୀ : ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ବିଜେପି ସଦସ୍ୟତାରୁ ନିଲମ୍ବିତ କରିଛି । ନିକଟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଡିବେଟରେ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ପରେ ଏହାକୁ ନେଇ ଅନେକ ବିରୋଧ ମଧ୍ୟ ହୋଇଥିଲା । ବିଜେପି ନୂପୁର ଶର୍ମାଙ୍କ ସହ ଗଣମାଧ୍ୟମ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି । ବିଜେପି ପକ୍ଷରୁ କୁହାଯାଇଥିଲା କି ଦଳ ସମସ୍ତ ଧର୍ମକୁ ସମ୍ମାନ କରେ । କୌଣସି ଧର୍ମର ବ୍ୟକ୍ତିର ଅପମାନକୁ କଡ଼ା ନିନ୍ଦା କରୁଛି । ତେବେ ପାର୍ଟି ଏହି ବୟାନରେ ନୂପୁର ଶର୍ମାଙ୍କ ଉଲ୍ଲେଖ କରିନାହିଁ । ତେବେ ଏହି ବିବୃତ୍ତିର କିଛି ସମୟ ପରେ ନୂପୁର ଶର୍ମାଙ୍କୁ ଦଳ ନିଲମ୍ବିତ କରିଥିଲା ।