କାଠଫାଳିଆରେ ପିଟି ବାପକୁ ହତ୍ୟା କଲେ ୨ ପୁଅ

ଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ସୁନ୍ଦରଗଡ଼ ଜିଲ୍ଲା…

ସୁନ୍ଦରଗଡ : କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବାପା ମଙ୍ଗରା ଭୂମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ୨ୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀର ଦୁଇ ପୁଅ ଅଛନ୍ତି । ଏପିରିକି ମଙ୍ଗରାଙ୍କ ୨ୟ ବିବାହ ପରେ ଘରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ଦେଖୁ ଦେଖୁ ଝଗଡ଼ା ଉଗ୍ରରୂପ ନେଇଥିଲା । ଯାହାଫଳରେ ଦୁଇ ପୁଅ କାଠଫାଳିଆରେ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲେ ।