ଆହୁରି ତତେଇବ ତାତି!

ଗ୍ରୀଷ୍ମ ପ୍ରବାହ ସମୟରେ ଶିଶୁ, ବୃଦ୍ଧ ଓ ରୋଗୀମାନଙ୍କର ବିଶେଷ ଯତ୍ନ ନେବାକୁ କୁହାଯାଇଛି…

ଭୁବନେଶ୍ୱର : ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପୁଣି ବଢିପାରେ ଗ୍ରୀଷ୍ମ ପ୍ରବାହ । ସେହିପରି ଉପକୂଳ ଜିଲ୍ଲାଗୁଡିକରେ ଗୁଳୁଗୁଳି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥ୍‌?ିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ବଲାଙ୍ଗୀର,ବୌଦ୍ଧ, ସୋନପୁର, ବରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ହେବ । ଗ୍ରୀଷ୍ମ ପ୍ରବାହ ସମୟରେ ଶିଶୁ, ବୃଦ୍ଧ ଓ ରୋଗୀମାନଙ୍କର ବିଶେଷ ଯତ୍ନ ନେବାକୁ କୁହାଯାଇଛି । ସେହିପରି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ, ଗଜପତି, ଗଂଜାମ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସମସ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।