ଭାରତକୁ ଆସିଲା ‘ଓମିକ୍ରନ’

ନୂଆଦିଲ୍ଲୀ: ଭାରତକୁ ଆସିଲା ‘ଓମିକ୍ରନ’। ସବୁଠାରୁ ଭୟଙ୍କର ଭାରିଆଣ୍ଟ ଓମିକ୍ରନରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଓମିକ୍ରନରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ୬୬ ଓ ୪୬ ବର୍ଷ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୯ଟି ଦେଶରେ ୩୭୩ଟି ଓମିକ୍ରନ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଥିବାବେଳେ ଭାରତରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । କିନ୍ତୁ ସଚେତନ ରହିବା ନିହାତି ଆବଶ୍ୟକ ।