ବାତ୍ୟା ପାଇଁ ଟ୍ରେନ ବାତିଲ!

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯୫ଟି ମେଲ ଓ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ସକ୍ରିୟ ହୋଇ ଡିପ୍ରେସନର ରୂପ ନେବ । ଏହା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ । ଅନ୍ୟପକ୍ଷରେ ପୁରୀ, ଗଜପତି, ଜଗତସିଂହପୁର ଓ ଗଞ୍ଜାମ ଇତ୍ୟାଦି ଜ଼ିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହପରି ୧୧ ଜ଼ିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।