ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ । ନିକ୍‌ ଏକ ଇଣ୍ଟରଭ୍ୟୁରେ ବଲିଉଡ ଫିଲ୍ମର ପ୍ରଶଂସା କରିବା ସହ କହିଛନ୍ତି ଏହାର ଫିଲ୍ମଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟକ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଏକ ଭଲ ରୋଲ୍‌ ଅଫର୍‌ ମିଳେ ତେବେ ସେ ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି । କେବଳ ଏତିକି ନୁହେଁ ସେ ହିନ୍ଦୀ ଗୀତର ମଧ୍ୟ ପ୍ରଶଂସା କରିବା ସହ ନିଜ ଘରୋଇ ପାର୍ଟିରେ କେବଳ ହିନ୍ଦୀ ଗୀତ ଶୁଣନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବଲିଉଡ ଫିଲ୍ମକୁ ଭଲ ପାଏ । ମୋ ପତ୍ନୀଙ୍କ ସହ ରହି ବଲିଉଡର ନିକଟତର ହୋଇଛି । ମୋତେ ଇଣ୍ଡଷ୍ଟ୍ରିରୁ ବହୁତ ବନ୍ଧୁ ମିଳିଛନ୍ତି ଏବଂ ମୁଁ ଭାବୁଛି ଏହା ଏକ ଚମତ୍କାର ଇଣ୍ଡଷ୍ଟ୍ରି । ଯଦି କିଛି ଭଲ ଜିନିଷ ବାହାରକୁ ଆସେ, ତେବେ ମୁଁ ତାହା କରିବାକୁ ପ୍ରସ୍ତୁତ ।