ବେଙ୍ଗାଲୁରୁ ପରେ ଏବେ ଗୁଜରାଟରେ ‘ଓମିକ୍ରନ’

ଜାମନଗର: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ ଭାରିଏଣ୍ଟ । କର୍ଣ୍ଣାଟକାର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।

ଏୟାରପୋର୍ଟରେ ଚାଲିଥିବା ସ୍କ୍ରିନିଂ ବେଳେ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ପୂର୍ବରୁ ବେଙ୍ଗାଲୁରୁରେ ୨ ଜଣ ଓମିକ୍ରନ ଚିହ୍ନଟ ହୋଇଥିଲେ ।