ଟ୍ରକ-ଇନୋଭା ଧକ୍କାରେ ଦୁଇ ମୃତ

ଅନୁଗୁଳ: ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥ ଜିନ୍ଦଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଇନୋଭା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୨ ମୃତକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଆନ୍ୟ ଜଣଙ୍କର ପରିଚୟ ମିଳିନାହିଁ । ସେହିପରି ଗୁରୁତର ଥିବା ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।