ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡକୁ ୧୮,୦୦୦ କୋଟିର ଉପହାର

ଡେରାଡୁନ: ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ । ଏନେଇ ବିଭିନ୍ନ ଦଳ ତାପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆରମ୍ଭ ହୋଇଛି କସରତ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡରେ ୧୮,୦୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ୟାକେଜ ମଧ୍ୟରେ ଏକାଧିକ ପ୍ରକଳ୍ପ ରହିଛି । ୮୩,୦୦ କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ-ଡେରାଡୁନ୍‌ ମଧ୍ୟରେ ହେଉଥିବା ଅର୍ଥନୈତିକ କରିଡର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୋଦି ।

ବିଗତ ୫ ବର୍ଷରେ ଉତ୍ତରାଖଣ୍ଡର କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଧୁନିକ ଭିତ୍ତିଭୂମି ପାଇଁ ଭାରତରେ ଆଗକୁ ୧୦୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଯୋଜନା ରହିଛି । ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ବାବଦରେ ଅଭିଭାଷଣ ରଖି ମୋଦି କହିଛନ୍ତି ଯେ, ଏହି ପ୍ରକଳ୍ପର ଶିଳାନ୍ୟାସ ପାଇଁ ମୁଁ ବୁହତ ଖୁସି । ଏହା ପ୍ରସ୍ତୁତ ହୋଇଗଲେ ଦିଲ୍ଲୀରୁ ଡେରାଡୁନକୁ ଯାତ୍ରାର ଦୂରତା ଅଧା ହୋଇଯିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମର ପାହାଡ ଏବଂ ସଂସ୍କୃତି କେବଳ ଆମର ବିଶ୍ୱାସ ନୁହେଁ ବରଂ ଆମ ଦେଶର ସୁରକ୍ଷାର ଦୁର୍ଗ ମଧ୍ୟ । ଆମେ ପାହାଡିଆ ଅଞ୍ଚଳରେ ବାଷ କରୁଥିବା ଲୋକଙ୍କ ଜୀବନକୁ ପ୍ରାଥମିକତା ଦେଇଥାଉ । ହେଲେ ଦୁର୍ଭାଗ୍ୟବଶତ, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିଥିଲେ ସେମାନଙ୍କ ପଲିସିରେ ସେହି ଲୋକମାନଙ୍କର କୌଣସି ସ୍ଥାନରେ ନଥିଲା । ଯାହା ଆମ ସରକାର ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି ।