ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ: ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ

କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ ସମେତ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ଶ୍ରୀଲଙ୍କା କ୍ୟାବିନେଟର ସମସ୍ତ ମନ୍ତ୍ରୀ ନିଜର ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ପତ୍ରକୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ନିକଟରେ ଦାଖଲ କରିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନିଜର ଇସ୍ତଫା ଦେଇନାହାନ୍ତି । ଇସ୍ତଫା ତାଲିକାରେ ପ୍ରଧାନମନ୍ତ୍ରଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି । ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ସମସ୍ତ ବିଭାଗରୁ ଇସ୍ତଫା ଦେଇସାରିଛି । ଏ ସଂପର୍କରେ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

ଆଶା କରାଯାଉଛି ଯେ ଏହି ପଦକ୍ଷେପ ଦ୍ୱାରା ଦେଶରେ ସ୍ଥିରତା ଆସିପାରେ । ସେହିପରି ସୂଚନା ମିଳିଛି ଯେ, ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ହୋଇପାରେ । ବତ୍ତର୍ମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇପାରେ । ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ହିଂସା ଯୋଗୁ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି ।