ଷ୍ଟାଡିୟମରେ ଭିତରେ କପଲଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ

ମୁମ୍ବେଇ: ପଡିଆରେ ଚାଲିଥିଲା ହାଇ ଭୋଲଟେଜ ମ୍ୟାଚ । କିନ୍ତୁ ଲଭ ବାର୍ଡ୍ସ ଆଇପିଏଲ ମଜା ନ ନେଇ ଷ୍ଟାଡିୟମରେ ଅନ୍ତରଙ୍ଗ ମୁହୂର୍ତ୍ତର ମଜା ନେଉଛନ୍ତି । ସୂଚନାଯୋଗ୍ୟ ଯେ, ଗୁଜୁରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ଦେଖିବାକୁ ଆସିଥିବା ଦୁଇଜଣ କପଲ ଏହି ମ୍ୟାଚକୁ ନେଇ ସେତେ ଆଗ୍ରହୀ ନଥିଲେ । ଏହି କପଲ ନିଜ ଭିତରେ ବ୍ୟସ୍ତ ଥିଲେ । ମ୍ୟାଚ ସମୟରେ ଏହି ଯୋଡି ପରସ୍ପରକୁ ଚୁମ୍ବନ ଦେବାରେ ବ୍ୟସ୍ତ ଥିଲେ । ଯାହା କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା । ବର୍ତ୍ତମାନ ଏହି କପଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଶନିବାର ଖେଳାଯାଇଥିବା ମ୍ୟାଚର ଦ୍ୱିତୀୟ ଇନିଂସରେ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ଓଭର ମଧ୍ୟରେ ଏକ ବିରତି ହୋଇଥିଲା ସେତେବେଳେ ହିଁ ଏହି କପଲ ଚୁମ୍ବନ ଦେବାରେ ବସ୍ତ ଥିବା କ୍ୟାମେରାରେ ଦେଖାଦେଇଥିଲ ।