ଉତ୍କଳ ଦିବସ ଅବସରରେ ପୁସ୍ତକ ଲୋକାର୍ପଣ ଉତ୍ସବ

କଟକ : କୃଷ୍ଣଚରଣ ପାଠାଗାର ପକ୍ଷରୁ ଓଡିଶା ଦିବସ ଉପଲକ୍ଷେ ଆୟୋଜିତ ସାଂପ୍ରତିକ ଓଡିଶା ଓ ଓଡିଆ ଶୀର୍ଷକ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ର ଏବଂ ଡ. ଚିତ୍ତରଂଜନ ବେହେରାଙ୍କ ଓଡିଆ ସାହିତ୍ୟଗ୍ରନ୍ଥ ସଂପାଦନା ଲୋକାର୍ପଣ ଉତ୍ସବରେ ମଞ୍ଚାସୀନ ଅତିଥି ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନଟବର ଶତପଥୀ, ଜେକେବିକେ କଲେଜର ଅଧ୍ୟାପକ ଡ. ଶିବପ୍ରସାଦ ଦଳେଇ, କଟକ ଲୋକ ଅଦାଲତର ପ୍ରାକ୍ତନ ସଦସ୍ୟ ଆଡଭୋକେଟ ତପନ କୁମାର ମଣ୍ଡଳ ଏବଂ ଅଧ୍ୟାପକ ହେମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।