୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ପୂଜା ସିଙ୍ଘଲ

ଶୁଣାଣୀ ପରେ ଇଡ଼ି କୋର୍ଟ ପୂଜା ସିଙ୍ଘଲଙ୍କୁ ଜୁନ ୧୪ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି…

ରାଞ୍ôଚ : ନିଲମ୍ବିତ ଆଇଏଏସ ପୂଜା ସିଙ୍ଘଲଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଇଡ଼ି ଜଜ ପ୍ରଭାତ କୁମାର ଶର୍ମାଙ୍କ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣୀ ପରେ ଇଡ଼ି କୋର୍ଟ କୋର୍ଟ ପୂଜା ସିଙ୍ଘଲଙ୍କୁ ଜୁନ ୧୪ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହା ପରେ ପୂଜା ସିଙ୍ଘଲଙ୍କୁ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ନିଆଯାଇଛି । ନିଲମ୍ବିତ ଆଇଏଏସଙ୍କୁ ଅଧିକ ପ୍ରଶ୍ନ କରାଯିବା ଆବଶ୍ୟକ ବୋଲି ଇଡ଼ିଙ୍କ ପରାମର୍ଶଦାତା କୋର୍ଟଙ୍କୁ କହିଛନ୍ତି ।