ଜୁନ ପହିଲାରୁ ବିଦେଶକୁ ଚିନି ରପ୍ତାନି ନିୟନ୍ତ୍ରଣ ନିଷ୍ପତ୍ତି

ଚିନି ରପ୍ତାନି କରାଯିବା ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି….

ନୂଆଦିଲ୍ଲୀ : ମୂଲ୍ୟ ସ୍ଥିରତା ରକ୍ଷା ନିମନ୍ତେ ସରକାର ୧୦୦ ଏଲଏମଟି ପର୍ଯ୍ୟନ୍ତ ଚିନି ବିଦେଶକୁ ରପ୍ତାନି କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏ ସଂପର୍କରେ ଡିଜିଏଫଟି ପକ୍ଷରୁ ଜାରି ଆଦେଶନାମା ଅନୁସାରେ ଏହି ନିଷ୍ପତ୍ତି ଜୁନ ୧ ଠାରୁ ଅକ୍ଟୋବର ୩୧, ୨୦୨୨ ତାରିଖ କିମ୍ବା ତତ୍‌ ପରବର୍ତ୍ତୀ ଆଦେଶ ଯେଉଁଟି ପୂର୍ବରୁ ହେଉଥିବ, ସେପର୍ଯ୍ୟନ୍ତ ବଳବତ୍ତର ରହିବ । ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଅଧୀନସ୍ଥ ଚିନି ନିର୍ଦ୍ଦେଶାଳୟଙ୍କ ଠାରୁ ଅନୁମତି ସହ ଚିନି ରପ୍ତାନି ପାଇଁ ଅନୁମତି ମିଳିପାରିବ । ବିଦେଶକୁ ରେକର୍ଡ଼ ପରିମାଣର ଚିନି ରପ୍ତାନି ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୨୦୧୭- ୧୮, ୨୦୧୮- ୧୯, ଏବଂ ୨୦୧୯- ୨୦ ଚିନି ଉତ୍ପାଦନ ବର୍ଷରେ ଯଥାକ୍ରମେ ପ୍ରାୟ ୬.୨ ଏଲଏମଟି, ୩୮ ଏଲଏମଟି, ଏବଂ ୫୯.୬୦ ଏଲଏମଟି ଚିନି ବିଦେଶକୁ ରପ୍ତାନି କରାଯାଇଥିଲା ।

୨୦୨୦- ୨୧ ଚିନି ଉତ୍ପାଦନ ବର୍ଷରେ ୬୦ଏଲଏମଟି ଚିନି ରପ୍ତାନି କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୭୦ ଏଲଏମଟି ଚିନି ରପ୍ତାନି କରାଯାଇସାରିଛି । ଚଳିତ ୨୦୨୧- ୨୨ ଚିନି ଉତ୍ପାଦନ ବର୍ଷରେ ୯୦ ଏଲଏମଟି ଚିନି ରପ୍ତାନି କରାଯିବା ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି ଏବଂ ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୮୨ ଏଲଏମଟି ଚିନିକଳମାନଙ୍କରୁ ପଠାଯାଇସାରିଛି ଏବଂ ସେଥିରୁ ୭୮ ଏଲଏମଟି ଚିନି ବିଦେଶକୁ ପଠାଯାଇଛି । ଚଳିତବର୍ଷରେ ଚିନି ଉତ୍ପାଦନ ରପ୍ତାନି ଐତିହାସିକ ଭାବେ ସର୍ବାଧିକ ସ୍ତର ଛୁଇଁଛି । ସରକାର ଏବେ ଗ୍ରହଣ କରିଥିବା ନିଷ୍ପତ୍ତି ଚଳିତ ଚିନି ରୁତୁ ଶେଷ ସୁଦ୍ଧା ଷ୍ଟକକୁ ସୁନିଶ୍ଚିତ କରିବ ଯାହାକି ୬୦-୬୫ ଏଲଏମଟି ଏବଂ ତାହା ହେଉଛି ୨-୩ ମାସର ଷ୍ଟକ ଘରୋଇ ଅବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ।

ତେଣୁ ସାଧାରଣତଃ, ନଭେମ୍ବର ମାସ ପର୍ଯ୍ୟନ୍ତ ଗତବର୍ଷର ଷ୍ଟକ୍ରୁ ହିଁ ଚିନି ଯୋଗାଣ କରାଯାଇଥାଏ । ଦେଶକୁ ଚିନିର ଏଭଳି ମାତ୍ରାତିରିକ୍ତ ରପ୍ତାନି ବୃଦ୍ଧିକୁ ବିଚାର କରି ଏବଂ ଦେଶର ଘରୋଇ ଚିନି ଚାହିଦା ପୂରଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଚିନି ଷ୍ଟକ୍‌ ରଖିବା ସକାଶେ ତଥା ଦେଶର ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ସରକାର ଚିନି ମୂଲ୍ୟକୁ ନିୟନ୍ତ୍ରିତ ରଖିଛନ୍ତି । ଭାରତ ସରକାର ଏହି ମର୍ମରେ ଜୁନ ପହିଲାରୁ ବିଦେଶକୁ ଚିନି ରପ୍ତାନି ଉପରେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବାକୁ ସ୍ଥିର କରିଛନ୍ତି ।