ଡକ୍ଟର ଟେମସୁଲା ଆଓଙ୍କ ଦେହାନ୍ତରେ ତୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାହିତ୍ୟ ମାଧ୍ୟମରେ ଚମତ୍କାର ନାଗା ସଂସ୍କୃତିକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡକ୍ଟର ଟେମସୁଲା ଆଓଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଡକ୍ଟର ଟେମସୁଲା ଆଓଙ୍କ ଦେହାନ୍ତରେ ଦୁଃଖିତ ଯିଏ ତାଙ୍କ ସାହିତ୍ୟ ମାଧ୍ୟମରେ ଚମତ୍କାର ନାଗା ସଂସ୍କୃତିକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ ଥିଲା । ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ସମବେଦନା । ତାଙ୍କର ଆତ୍ମାର ସଦ୍‍ଗତି ହେଉ ।”