ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ

ବରଗଡ଼: ଆଜି ବରଗଡ଼ ଜିଲ୍ଲା ଚକରକେନ୍ଦ ନିକଟରେ ଥିବା ମାତୃଛାୟା ବାନପ୍ରସ୍ଥ ଶାନ୍ତି ତପୋବନ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଆଇନ ପ୍ରାଧିକରଣ ଅଧିକାରୀ ବିଭୂ କଲ୍ୟାଣ ପାଢୀ ସଭାରେ ସଭାପତିତ୍ବ କରିଥିଲେ ।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ,ମୁଖ୍ୟ ବକ୍ତା ମନୋବିଜ୍ଞାନୀ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସି, ସୋରେନ, ଭାବେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘ ର ସଂପାଦକ ପ୍ରହଲ୍ଲାଦ ମହାପାତ୍ର ମଞ୍ଚାସୀନ ଥିଲେ।ସଭାକୁ ସଂଚାଲନ କରିଥିଲେ କେଦାର ମିଶ୍ର । ସଭା ରେ ବରିଷ୍ଠ ନାଗରିକ ସଂଘ ର ସଭ୍ୟ ରକ୍ଷାକାରୀ ବିଶି,ଗଂଗା ଭୂଷଣ ହୋତା ଆଦି ଯୋଗଦେଇ ନିଜ ନିଜ ବକ୍ତବ୍ଯ ରଖିଥିଲେ । ଶେଷରେ ଦେବଦତ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।