ଉପନିର୍ବାଚନ ବିଗୁଲ ବାଜିବା ପରେ ଧାମନଗର ରାଜନୀତି ସରଗରମ ।

ଧାମନଗର: ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ଧାମନଗର ରାଜନୀତି ତିନି ରାଜନୈତିକ ଦଳ ର ଚାଲିଛି ଅଙ୍କକଷା ବିଜେପି ତାର ପାର୍ଥି ଦିବଂଗତ ନେତା ବିଷ୍ଣୁ ସେଠୀ ଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ୍ ଙ୍କୁ ପାର୍ଥି ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ପାର୍ଥି ଘୋଷଣା କରିନାହାନ୍ତି । ସେପଟେ ବିଜେଡି ତାର ଜନସଂପର୍କ ପଦ ଯାତ୍ରା ନା ରେ ଦଳୀୟ ପଚାର କରୁଥିବା ଦେଖିବାକୁ ମିଳୁଛି ଦଳର ହେବିୱେଟ ନେତା ମାନେ ଧାମନଗର ରେ ଡେରା ପକାଉଛନ୍ତି ଦଳର ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ମନ୍ତ୍ରୀ ଅଶ୍ୱନି ପାତ୍ର,ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ,ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ,ପୂର୍ବତନ ମନ୍ତ୍ରୀ ଭଣ୍ଡାରିପୋଖରୀ ର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ,ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ସାଂସଦ ମଞ୍ଜୁଲତ ମଣ୍ଡଳ ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ରାଜେନ୍ଦ୍ର ଦାସ ଅଶୋକ ନାୟକ ଙ୍କ ଭଳି ନେତା ନେତା ଏବେ ଧାମନଗର ପଦଯାତ୍ରା ରେ ସାମିଲ ହେଉଛନ୍ତି ।

ସେପଟେ ବିଜେପି ପାର୍ଥି ସୂର୍ଯ୍ୟବଂଶୀ ସୁରଜ୍ ବିଭିନ୍ନ ପଞ୍ଚାୟତ କୁ ଜାଇ ଭୋଟର ମାନଙ୍କୁ ଭେଟୁ ଥିବା ଦୃଶ୍ୟ ସାମ୍ନା କୁ ଆସୁଛି ,ବିଜେଡି ପଦ ଯାତ୍ରା ନା ରେ ଶକ୍ତି ପଦର୍ଶନ କରୁଥୁବା ବେଳେ କଂଗ୍ରେସ ଓ ବିଜେଡି ବର୍ତମାନ ସୁଦ୍ଧା ପାର୍ଥି ଘୋଷଣା ନ କରିବା କୁ ନେଇ ସବୁଠି ଏବେ ଚର୍ଚ୍ଚାଜୋର ଧରିଛି ଆଜି ବିଜେଡି ର ଥିବା ଆସାଇ ପାର୍ଥି ରାଜେନ୍ଦ୍ର ଦାସ , ଡ.ସଞ୍ଜୟ ଦାସ ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ରେ ଆସାଇ ପାର୍ଥି ଭାବେ ଅନନ୍ତ ସେଠୀ,ହୃଦାନନ୍ଦ ସେଠି,ବିଦ୍ୟାଧର ଜେନା ,ବାବା ହରେକୃଷ୍ଣ ସେଠୀ ଙ୍କ ଭଳି ନେତା ଦୌଡ଼ ରେ ଅଛନ୍ତି ମନ୍ତ୍ରୀ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ କହିଛନ୍ତି ବିଜୁ ଜନତା ଦଳ ଏକ ସୁଙ୍ଖଳିତ ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି ଦଳ ଖୁବ୍ ଶୀଘ୍ର ପାର୍ଥି ଘୋଷଣା କରାଯିବ ବୋଲି କହିଛନ୍ତି ସେପଟେ ବିଜେପି ର ପାର୍ଥି ସୂର୍ଯ୍ୟବଂଶୀ ସୁରଜ୍ ଆଜି ଧାମନଗର ବ୍ଲକ ର ବିଭିନ୍ନ ଗାଁ ରେ ପହଞ୍ଚି ପଞ୍ଚାୟତ ସ୍ତର ରେ ଥିବା କର୍ମୀ ଓ ନେତା ଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଭୋଟର ଙ୍କୁ ଭେଟି ଭୋଟ ଭିକ୍ଷା କରୁ ଥିବା ବେଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭଦ୍ରକ ଗ୍ରସ୍ତ ରେ ଆସି ଭଦ୍ରକ ର ପ୍ରସିଦ୍ଧ ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ଧାମନଗର ନିର୍ବାଚନ ମଣ୍ଡଳୀ କୁ ଗ୍ରସ୍ତ କରି ବିଭିନ୍ନ ପଞ୍ଚାୟତ ରେ କର୍ମୀ ଓ ନେତା ଙ୍କୁ ଏକଜୁଟ କରି ପସ୍ତୁତି ବୈଠକ ଚଳାଇ ଥିବା ବେଳେ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି ଧାମନଗର ରେ ବିଜେପି ର ସଂଗଠନ ମଜବୁତ୍ ଅଛି ଦଳ ନିଶ୍ଚିନ୍ତ ଭଲ ପଦର୍ଷନ କରିବ।