ଅଙ୍ଗନବାଡି କର୍ମୀ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ

The villagers filed a complaint against the organist….

ନବରଙ୍ଗପୁର:  ଶିଶୁ ମାନଙ୍କ ନିମନ୍ତେ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ଟଙ୍କା ଆସୁଛି ସତ କିନ୍ତୁ ଅଧାରେ ହିଁ ବାଟ ମାରଣା ହୋଉଛି ।କେତେ ସ୍ଥାନରେ କର୍ମଚାରୀ କାର୍ଯ୍ୟରେ ନିୟମିତ ନ କରି ବି ଦରମା ନେଉଛନ୍ତି ।ଏପରି ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଳ ପୁର ପଂଚାୟତ ରେ ଥିବା କାକୁଡି ଆମ୍ବ ଗ୍ରାମର ଅଙ୍ଗନବାଡି କେନ୍ଦ୍ରଟି । ଅଙ୍ଗନବାଡି କର୍ମୀ ଙ୍କ ମନମୁଖୀ ଶାସନ ରେ ଚାଲିଥିବା ଅଭିଯୋଗ ଆଣିଲେ ଉଭୟ ଗ୍ରାମବାସୀ ଏବଂ ସ୍ଥାନୀୟ ୱାର୍ଡ ମେମ୍ବର ଲୋକନାଥ ନାୟକ । ସୂଚନା ଅନୁଯାଇ ଗର୍ଭବତୀ ମହିଳା ମାନଙ୍କୁ ସପ୍ତାହ କୁ ୩ଟି ଅଣ୍ଡା ଦିଆ ହେବାର ନିୟମ ଥିବାବେଳେ ୨ଟି ଦିଆ ଯାଉଛି, କୌଣସି ଦିନ ମା ମାନେ ଅଣ୍ଡା ଛତୁଆ ପାଇଁ କୌଣସି କାରଣ ରୁ ନ ଗଲେ ସେ ଦିନର ଅଣ୍ଡା ଆଉ ଗର୍ଭବତୀ ମହିଳା ମାନେ ପାଉ ନାହାନ୍ତି । କିଏ ପ୍ରଶ୍ନ କଲେ ଉତ୍ତର ମିଳୁଛି ଯେ ଆମର ଅନେକ ମିଟିଂ ଅଛି ଆମକୁ ମେନେଜ କରିବାକୁ ପଡୁଛି ବୋଲି, ଏଠାରେ ପ୍ରଶ୍ନ ଉଠୁଛି ଯେ ଅଙ୍ଗନବାଡି କର୍ମୀ ମାନେ ଉପରିସ୍ତ କର୍ମଚାରୀ ମାନଙ୍କୁ ଖୁସି କରିବା ପାଇଁ ମିଟିଂ ବାହାନାରେ ଅନ୍ୟ କିଛି ମଧ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଉଥିବା ଜଣା ପଡୁଛି, ନା ମିଟିଂ ନା ରେ ଖୋଦ ନିଜେ ସରକାର ଙ୍କ ଦ୍ୱାରା କରାଯାଇଥିବା ଯୋଜନା କୁ ପଣ୍ଡ କରି ଅଙ୍ଗନବାଡି ଚଳୁ କରୁଛନ୍ତି ଜଣା ପଡ଼ୁନାଇଁ।

ଅନ୍ୟ ଅଭିଯୋଗ ମଧ୍ୟରୁ ମମତା କାର୍ଡ ନେବାକୁ ହେଲେ ମା ମାନଙ୍କୁ ୧୦୦ଟଙ୍କା ଲେଖାଏଁ ଦେବାକୁ ପଡୁଛି, ଅଙ୍ଗନବାଡି କର୍ମୀ ମଧ୍ୟ ଗାଁ ରେ ରହୁ ନାହାନ୍ତି ଗାଁ ଠାରୁ ୨୦କିମି ଦୂର ପାପଡାହାଣ୍ଡି ରେ ବସ ବାସ କରୁଛନ୍ତି, କେବେ ଆସୁଛନ୍ତି କେବେ ନାଇଁ, ଅନେକ ଥର ଦେହ ଖରାପ ର ବାହାନା କରି ଘରେ ରହି ଯାଉଛନ୍ତି ବୋଲି ମଧ୍ୟ ଗ୍ରାମବାସୀ ଦୁଃଖର ସହ ପ୍ରକାଶ କରିଛନ୍ତି ।ଆଜି ମଧ୍ୟ ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହିନଥିଲେ ଯାହାଫଳରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିଲା,ଏଭଳି ପରିସ୍ଥିତି ରେ କେଉଁଭଳି ଅଙ୍ଗନବାଡି ଚାଲିବ, ଉଭୟ ଶିଶୁ ଓ ଗର୍ଭବତୀ ମା ମାନେ କି ପରି ଉପକୃତ ହେବେ ଓ ସରକାର ଦୋଉଥିବା ପୃଷ୍ଟିକର ଖାଦ୍ୟ ପାଇ ପାରିବେ ବୋଲି କାକୁଡି ଆମ୍ବ ଗ୍ରାମ ତଥା ବୁଦ୍ଧିଜୀବୀ ଙ୍କ ମୋହଲରେ ଚୋର୍ଚ୍ଚା ହୋଇଛି । ଏନେଇ ସ୍ଥାନୀୟ ପାପଡାହାଣ୍ଡି ସିଡିପିଓ ଏସ ଗୀତାଙ୍କୁ ଯୋଗାଯୋଗ କରିବାରୁ କହିଲେ ,ମୁଁ ସୁପର ଭାଇଜରଙ୍କୁ ଜଣାଇ ଦେଉଛି ,ତଦନ୍ତ କଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।ଉକ୍ତ ଅଙ୍ଗନବାଡି ବଦଳ ରେ ଅନ୍ୟ ଏକ ଅଙ୍ଗନବାଡି ଯୋଗାଇ ଦେବାକୁ ଗ୍ରାମର ମଥା ସତନାମୀ, ଗୀତା ସତନାମୀ, କ୍ଷୀରମଣି ମାଝୀ,ବବି ଶତନାମୀ, ହୀରାଦି ମାଝୀ, କୁନି ଦିଶାରୀ ,ଗୌରୀ ହଲବା,ପ୍ରତିମା ଶବର ,ସାଇନ୍ଦ୍ରୀ ମାଝୀ,ମନକୀ ମାଝୀ ପ୍ରମୁଖ ପ୍ରଶାସନକୁ ଦାବି କରିଛନ୍ତି ।