ଗୋଟିଏ ଗର୍ଭରୁ ୩ ଶିଶୁ ଜନ୍ମ

ଜିଲ୍ଲା ସଦର ମହକୁମା ସ୍ଥିତ ପାଣିଗ୍ରାହୀ ନର୍ସିଂ ହୋମ ରେ ଜଣେ ମହିଳା…

ନୂଆପଡ଼ା: ଜିଲ୍ଲା ସଦର ମହକୁମା ସ୍ଥିତ ପାଣିଗ୍ରାହୀ ନର୍ସିଂ ହୋମ ରେ ଜଣେ ମହିଳା ଥରକେ ୩ଟି ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଛି।ସୂଚନା ଅନୁସାରେ ଛତିଶଗଡ ରାଜ୍ୟ ମହସମୁନ ଜିଲ୍ଲା ସିକରୋପଳି ଗାଁ ର ନେମିଚନ ସତନାମି ଙ୍କ ସ୍ତ୍ରୀ ମଞ୍ଜୁଲତା ସତାନାମି ଗର୍ଭ ରୁ ତିନି ଗୋଟି ଶିଶୁ ଜନ୍ମ ନେଇଛନ୍ତି । ସେମାନଙ୍କ ମଧ୍ୟ ରେ ଜଣେ ଶିଶୁ ପୁତ୍ର ଥିବା ବେଳେ ୨ଜନ ଶିଶୁକନ୍ୟା ଅଛନ୍ତି । ସେମାନଙ୍କ ଓଜନ ଯଥାକ୍ରମେ ୧୬୦୦ଗ୍ରାମ, ୧୯୦୦ଗ୍ରାମ ଓ ୧୭୦୦ ଗ୍ରାମ ରହିଥିବା ନର୍ସିଂ ହୋମ ସୂତ୍ରରୁ ପ୍ରକାଶ। ପାଣିଗ୍ରାହୀ ନର୍ସିଂ ହୋମ ପ୍ରଥମ ଥରପାଇଁ ଏକ ଥର କେ ତିନି ଗୁଟି ନବଜାତ ଶିଶୁ ଜନ୍ମ ନେଇଥିବା ଡ଼ାକ୍ତର ବିଜୟ କୁମାର ପାଣଗ୍ରାହୀ ସୂଚନା ଦେଇଛନ୍ତି। ସ୍ୱାଭାବିକ ଭାବରେ ଶିଶୁ ଜନ୍ମ ନହେବାରୁ ଅପରେସନ କରାଯାଇଥିଲା, ବର୍ତ୍ତମାନ ତିନି ଶିଶୁ ଓ ମା ସ୍ଵସ୍ତ ଥିବା ଜଣାପଡିଛି ।