ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ବିଷ୍ଣୁପଦ ରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ବିଷ୍ଣୁପଦ ରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ବିଷ୍ଣୁପଦ ରାୟଙ୍କ ଅକାଳ ବିୟୋଗରେ ଦୁଃଖିତ । ସେ ଜଣେ ପରିଶ୍ରମୀ ବିଧାୟକ ଥିଲେ, ଯିଏ କି ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ଅନେକ ଉଦ୍ୟମ କରିଥିଲେ । ପଶ୍ଚିମବଙ୍ଗରେ ବିଜେପିକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା । ଓମ୍ ଶାନ୍ତି ।’