ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଦାତୋ’ ସେରି ଅନୱର ଇବ୍ରାହିମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଦାତୋ ସେରି ଅନୱର ଇବ୍ରାହିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଦାତୋ ସେରି @anwaribrahim । ଭାରତ- ମାଲେସିଆ ବର୍ଦ୍ଧିତ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଏକାଠି କାମ କରିବାକୁ ଆଶାବାଦୀ ।”