୨୦୨୨-୨୩ରେ ଜିଇଏମ ସମୁଦାୟ ବାଣିଜ୍ୟ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ବହୁ ନାଗରିକଙ୍କ ପାଇଁ ଏହା ସମୃଦ୍ଧି ଓ ଉନ୍ନତ…..

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୩ରେ ଜିଇଏମ ସମୁଦାୟ ବାଣିଜ୍ୟ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବହୁତ ବଢିଆ! @GeM_India ଆମକୁ ଦେଶବାସୀଙ୍କ ଶକ୍ତି ଓ ଉଦ୍ୟମର ଝଲକ ପ୍ରଦାନ କରୁଛି । ବହୁ ନାଗରିକଙ୍କ ପାଇଁ ଏହା ସମୃଦ୍ଧି ଓ ଉନ୍ନତ ବଜାର ସୁନିଶ୍ଚିତ କରିଛି ।”