ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ : ଓଡ଼ିଶାରେ ଗଡ଼ିବ ମେଟ୍ରୋ ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ବହୁ ଦିନର ଆଶା ପୁରାଣ ହେବାକୁ ଯାଉଛି। ପୁରୀ-ଭୁବନେଶ୍ୱର- କଟକକୁ ସଂଯୋଗ କରିବାକୁ ମେଟ୍ରୋ ଟ୍ରେନ୍ ପ୍ରସ୍ତାବ ରହିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିସୁଳିଆ ଏହି ସେବା ଆରମ୍ଭ ହେବ। ଦୌତ ନଗରୀ କଟକ, ଭୁବନେଶ୍ୱର ଏବଂ ପୁରୀରେ ଭିଡ଼ କମାଇବାକୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର।