ମହାରାଷ୍ଟ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ମହାରାଷ୍ଟ୍ର ଦିବସରେ ଶୁଭେଚ୍ଛା । ଏହି ରାଜ୍ୟକୁ ଏକ ମହାନ ସଂସ୍କୃତି ଏବଂ ପରିଶ୍ରମୀ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଜାତୀୟ ପ୍ରଗତିକୁ ସମୃଦ୍ଧ କରିଛନ୍ତି । ଆଗାମୀ ବର୍ଷରେ ମହାରାଷ୍ଟ୍ରର ନିରନ୍ତର ପ୍ରଗତି ପ୍ରାର୍ଥନା କରୁଛି’ ।