ବିବାହ ଖବରକୁ ନେଇ ସ୍ପଷ୍ଟୀକରଣ ଦେଲେ ରକୁଲ ପ୍ରୀତ

ମୁମ୍ବାଇ: ବଲିଉଡ ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଜ୍ୟାକି ଭଗନାନୀଙ୍କୁ ଡେଟ କରୁଥିବା କଥା କହିଥିଲେ । ସେ ସୋସିଆଲ ମିଡିଆରେ ଜ୍ୟାକିଙ୍କ ଫଟୋ ପୋଷ୍ଟ କରି ଥ୍ୟାଙ୍କ୍‌ ୟୁ ମାଇଁ ଲଭ୍‌ ବୋଲି କ୍ୟାପସନ ଲେଖିଥିଲେ । ସେହିପରି ଉଭୟଙ୍କ ବିବାହକୁ ନେଇ ମଧ୍ୟ ତାଙ୍କ ପ୍ରଶଂସକମାନେ ଖୁବ ଉତ୍ସାହିତ ଥିଲେ । କିନ୍ତୁ ଅଭିନେତ୍ରୀ ରକୁଲ ଏକ ସାକ୍ଷାତକାରରେ ତାଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିବାହକୁ ନେଇ ଗୁଜବ ଚର୍ଚ୍ଚା ହେଉଛି ।

ଏହା ସହିତ ରକୁଲ କହିଛନ୍ତି ଯେ ଏହା ସେମାନଙ୍କ ପାଇଁ ଆଉ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହି ସବୁ ଜିନିଷରୁ ଅଲଗା କରିବା ପାଇଁ କାମ କରିବାକୁ ଶିଖିଛନ୍ତି । ରକୁଲ କହିଛନ୍ତି ଯେ ସେ ତାଙ୍କ ଜୀବନ ସଂପୂର୍ଣ୍ଣ ସ୍ୱଚ୍ଛ । କିନ୍ତୁ ଯଦି ଏହିପରି କିଛି ଘଟେ ତେବେ ସେ ବିଷୟରେ ଆସି ସୂଚନା ଦେବି । ସେ ଆହୁରି କହିଛନ୍ତି ଯେ, ଦୟାକରି ମୋତେ ହଇରାଣ କରନ୍ତୁ ନାହିଁ । ଆଗକୁ ୧୦ଟି ପ୍ରୋଜେକ୍ଟ ହାତରେ ଅଛି ବୋଲି ସେ କହିଛନ୍ତି ।