ସାଇକେଲ୍‌ ବାଣ୍ଟିଲେ ସୋନୁ ସୁଦ

ନୂଆଦିଲ୍ଲୀ : ଗତବର୍ଷ କୋଭିଡ-୧୯ ସମୟରେ ବଲିଉଡ ଅଭିନେତା ସନୁ ସୁଦ ଲୋକଙ୍କୁ ନିରନ୍ତର ସାହାଯ୍ୟ କରି ଚର୍ଚ୍ଚାରେ ରହିଥିଲେ । ଏବେ ପୁଣିଥିରେ ସୋନୁ ତାଙ୍କ ଭଉଣୀଙ୍କ ସହିତ ମିଶି ସ୍କୁଲ ଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ୧୦୦୦ ସାଇକେଲ ବାଣ୍ଟିଛନ୍ତି । ତାଙ୍କର ଏହି ଅଭିଯାନରେ ପ୍ରାୟ ୪୦-୪୫ ଗାଁର ଛାତ୍ରୀ ଉପକୃତ ହେବେ ହେବେ ବୋଲି ସନୁ କହିଛନ୍ତି ।

ସୋନୁ କହିଛନ୍ତି ବିଦ୍ୟାଳୟ ଏବଂ ଘର ମଧ୍ୟରେ ଦୂରତା ବହୁତ ଲମ୍ବା । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଶୀତରେ କ୍ଲାସ ପାଇଁ ଯିବା କଷ୍ଟକର ହୋଇଥାଏ । ଏହି ସମସ୍ୟାର ସମାଧାନରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରୀଙ୍କୁ ସାଇକେଲ ପ୍ରଦାନ କରାଯିବ । ସେହିପରି ଏହି ଅଭିଯାନରେ ସମାଜସେବୀଙ୍କୁ ମଧ୍ୟ ସାଇକେଲ ଦିଆଯିବ ।