କରୋନା ପଜିଟିଭ ହେଲେ ରଣବୀର କପୁର

ମୁମ୍ବାଇ(ଏସ୍ ନ୍ୟୁଜ): ବଲିଉଡରେ ପୁଣି କାୟା ବିସ୍ତାର କଲା କୋଭିଡ । ମହାମାରୀ କରୋନା କବଳରେ ଅଭିନେତା ରଣବୀର କପୁର। ମା’ ନୀତୁ ସିଂହଙ୍କ ପରେ ପୁଅ ରଣବୀର କପୁର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ତାଙ୍କ ପା’ ନୀତୁ ସୂଚନା ଦେଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଏବେ ସେ କ୍ୱାରେଣ୍ଟାଇନରେ ଅଛନ୍ତି। ସେଠାରେ ତାଙ୍କର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଚାଲିଛି। ସେ ଖୁବଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ତାଙ୍କ ମା’ ନୀତୁ ଇନଷ୍ଟାଗ୍ରାମରେ ରଣବୀରଙ୍କ ଏକ ଫଟୋ ସେଆର କରି କହିଛନ୍ତି।