ଏବର୍ଷ ଜାଗରରେ ମେଳା ଓ ଗହଳିକୁ ବାରଣ

ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଭିନ୍ନ ରାଜ୍ୟରେ ପୁଣି ଥରେ କରୋନା କୋପ ଆରମ୍ଭ ହୋଇଯାଇଥିବା ବେଳେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।  ଆଉ ମାତ୍ର ଦିନେ ପରେ ପାଳିତ ହେବ ଜାଗର । ଏଥିନିମନ୍ତେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏଥର ଜାଗରରେ କିନ୍ତୁ ମେଳା ଓ ଗହଳିକୁ ବାରଣ କରାଯାଇଛି। ଏନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଥର  ଜାଗର ଦିନ ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ ରହିଛି  । ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି SRC । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ SRCଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି  । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC  ।

ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରି । ଏଥିନିମନ୍ତେ ଆଜିଠୁ ମନ୍ଦିରର ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବା ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିଲା। ଚଳିତ ବର୍ଷ  ରାତି ୧୦ଟା ପରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିଭଳି ମନ୍ଦିରରୁ ବାହାରିବେ ସେ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯିବ।