ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ

ଉତ୍ତରାଖଣ୍ଡ(ଏସ୍ ନ୍ୟୁଜ): ଉତ୍ତରାଖଣ୍ଡରେ ଥିବା ବିଜେପି ସରକାରରେ ସଂକଟ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ଣ ୪ଟା ବେଳେ ସେ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନିଜର ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଉତ୍ତରାଖଣ୍ଡର ସେବା କରିବାକୁ ଦଳ ତାଙ୍କୁ ୪ ବର୍ଷ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦେଇଥିଲା । ଦଳ ଏବେ ଏହି ସୁଯୋଗ ଅନ୍ୟ ଜଣେ ନେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି ।

ଦଳରେ ତ୍ରିବେନ୍ଦ୍ରଙ୍କ କାର୍ଯ୍ୟକଳାପକୁ ନେଇ କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ। ଯଦି ରାଓ୍ୱତ ଏଭଳି କାର୍ଯ୍ୟଧାରା ଜାରି ରଖିବେ ତାହେଲେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପରାଜୟ ବରଣ କରିବ ବୋଲି ଆଶଙ୍କା କରିଥିଲେ ଦଳୀୟ ନେତା। ଆଉ ଅସନ୍ତୁଷ୍ଟ ନେତା ଏବଂ ବିଧାୟକ ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟି ଅବଗତ କରାଇଥିଲେ। ଏବେ ରାଜ୍ୟର ନୂଆମୁଖ୍ୟମନ୍ତ୍ରୀ ଭାବରେ ଶିକ୍ଷାମନ୍ତ୍ରୀ ଦୁଷ୍ୟନ୍ତ ଗୌତମ ନହେଲେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ହୋଇପାରନ୍ତି।