ଭାରତ ସହ ସଂପର୍କ ଆହୁରି ମଜଭୁତ ହେବ: ବ୍ରିଟେନ

ବ୍ରିଟେନରେ ଆୟୋଜିତ ଏକ ବୈଠକରେ ବ୍ରିଟେନ ବିଦେଶମନ୍ତ୍ରୀ ଭାରତ ସହିତ ସମ୍ପର୍କକୁ ନେଇ ଭାରତର….

ନୂଆଦିଲ୍ଲୀ: ବ୍ରିଟେନରେ ଆୟୋଜିତ ଏକ ବୈଠକରେ ବ୍ରିଟେନ ବିଦେଶମନ୍ତ୍ରୀ ଭାରତ ସହିତ ସମ୍ପର୍କକୁ ନେଇ ଭାରତର ଜୋରଦାର ପ୍ରଂଶସା କରିଥିଲେ । ବ୍ରିଟେନ ବିଦେଶ ମନ୍ତ୍ରୀ ଲିଜ ଟ୍ରସ ଲଣ୍ଡନରେ ଆୟୋଜିତ ଏକ ବୈଠକରେ ସମ୍ବୋଧନ କରି କହିଛନ୍ତି ଯେ ବ୍ରିଟେନ ତାହାର ସହଯୋଗୀମାନଙ୍କ ସହ ଏକ ସ୍ୱତନ୍ତ୍ର ପରିସର ତିଆରୀ କରିବା ପାଇଁ ଭାରତ ସହ ସମ୍ପର୍କକୁ ଆହୁରି ବଢ଼ାଇବାକୁ ଚାହୁଁଛି । ସେହିପରି ବିଦେଶ ମନ୍ତ୍ରୀ ଲିଜ ଟ୍ରସ ରୁଷ ଏବଂ ଚୀନକୁ ସେମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ମାତ୍ର କମ ସମୟର ଲାଭ ଓ ଫାଇଦା ଉଠାଇବା ଅପେକ୍ଷା ବ୍ରିଟେନ ତାର ସୁରକ୍ଷା ତଥା ସାର୍ବଭୌମତ୍ୱକୁ ସମ୍ମାନ ଦେଇଥାଏ ।

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ଏହି ଯୁଦ୍ଧରେ ୟୁକ୍ରେନର ବିଜୟ ପଶ୍ଚିମ ଦେଶ ପାଇଁ ଏକ ନୂଆ ରଣନୀତି ସୃଷ୍ଟି କରିବ । ଆମର ସମୃଦ୍ଧି ଏବଂ ନିରାପତ୍ତା ନିଶ୍ଚିତ ଭାବରେ ଦୃଢ଼ ସହଭାଗୀତାର ଏକ ପରିସରରେ ନିର୍ମିତ ହେବା ଆବଶ୍ୟକ ବୋଲି ଟ୍ରସ କହିଛନ୍ତି । ଅନ୍ୟପକ୍ଷରେ ସେ ଆହୁରି କହିଛନ୍ତି ଯେ, ଆମେ ଭାରତ, ଜାପାନ ଏବଂ ଇଣ୍ଡୋନେସିଆ ଭଳି ଦେଶ ସହିତ ଆମର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛୁ ।