ଆମେରିକୀୟଙ୍କ ପ୍ରବେଶ ଉପରେ ରୁଷର କଟକଣା

ରୁଷ ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି…

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କନଙ୍କ ସମେତ ୯୦୦ରୁ ଅଧିକ ଆମେରିକୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ରୁଷ ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ୯୬୩ ଆମେରିକୀୟଙ୍କ ନାମ ରହିଛି । ଏହି ତାଲିକାରେ ଆମେରିକୀୟ ସିନେଟର ଏବଂ ପ୍ରତିନିଧି ସଭାର ସଦସ୍ୟ, ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀ, ସାମ୍ବାଦିକ, ସାମରିକ କର୍ମଚାରୀ, ଆଇନଜୀବୀ, ସାଧାରଣ ନାଗରିକ ଏବଂ ସିଇଓ ଆଦି ସାମିଲ ଅଛନ୍ତି । ଏହାସହ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା, ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି ନିର୍ଦ୍ଦେଶକ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ହ୍ୱାଇଟ୍‌ ହାଉସର ପ୍ରେସ ସଚିବ ଜେନ ସାକିଙ୍କ ନାମ ମଧ୍ୟ ତାଲିକାରେ ରହିଛି ବୋଲି ଜଣାପଡିଛି ।