ଆତଙ୍କୀ ଗୁଳିରେ ପୋଲିସ ଶହୀଦ

ଶହୀଦ ହୋଇଥିବା ପୁଲିସ କର୍ମୀଙ୍କ ନାମ ସୈଫୁଲ୍ଲା କାଦ୍ରୀ ବୋଲି ସ୍ପଷ୍ଟ ହୋଇଛି…

ଶ୍ରୀନଗର : ଶ୍ରୀନଗର ସୌରା ଅଞ୍ଚଳରେ ଆତଙ୍କୀଙ୍କ ଗୁଳିମାଡରେ ଜଣେ ପୁଲିସ କର୍ମୀ ପ୍ରାଣ ହରାଇଛନ୍ତି । ଏହି ଗୁଳିକାଣ୍ଡରେ ମୃତ ପୁଲିସ କର୍ମୀଙ୍କ ୭ ବର୍ଷୀୟ ଝିଅ ଦେହରେ ମଧ୍ୟ ଗୁଳି ବାଜିଛି ଓ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଶହୀଦ ହୋଇଥିବା ପୁଲିସ କର୍ମୀଙ୍କ ନାମ ସୈଫୁଲ୍ଲା କାଦ୍ରୀ ବୋଲି ସ୍ପଷ୍ଟ ହୋଇଛି । ଗୁଳିମାଡ ପରେ ଉଭୟ ବାପ-ଝିଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୈଫୁଲ୍ଲାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ସୌଫୁଲ୍ଲା ଓ ତାଙ୍କ ଝିଅ ଯାଉଥିବା ବେଳେ ପୂର୍ବରୁ ଯୋଜନ ବଦ୍ଧ ଭାବେ ଆତଙ୍କବାଦୀ ଅତର୍କିତ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଉଭୟ ବାପ-ଝିଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲ ସ୍ଥାନାନ୍ତରିତ ହୋଇଥିବା ବେଳେ ହସ୍ପିଟାଲରେ ସୈଫୁଲ୍ଲାଙ୍କ ମୃତ୍ୟୁ ଘଟିଛି । ତାଙ୍କ ଝିଅର ଅବସ୍ଥା ମଧ୍ୟ ଗୁରୁତର ରହିଛି ।