୧୫ରୁ ୧୮ ବର୍ଷ ବୟସର ଯୁବକଙ୍କୁ ୮୦% ଟିକା ଦିଆଯାଇଛି!

ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନକୁ ନୂତନ ଉଚ୍ଚ଼ତାକୁ ନେଉଛି…

ନୂଆଦିଲ୍ଲୀ : ଦେଶରେ ୧୫ରୁ ୧୮ ବୟସ ବର୍ଗର ୮୦ ପ୍ରତିଶତ ୟୁବକଙ୍କୁ କରୋନା ଭାଇରସ ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯୁବ ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନକୁ ନୂତନ ଉଚ୍ଚ଼ତାକୁ ନେଉଛି । ଦେଶରେ ୧୫ରୁ୧୮ ବର୍ଷ ବୟସର ୮୦% ଯୁବକଙ୍କୁ କରୋନା ଟୀକାର ପ୍ରଥମ ମାତ୍ରା ଦିଆଯାଇଛି ।