ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଅନୁମତି

ନୂଆଦିଲ୍ଲୀ: ଥାଇଲାଣ୍ଡ ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଥାଇଲାଣ୍ଡର ନିମ୍ନ ସଦନରେ ସମଲିଙ୍ଗୀ ବିବାହ ବିଲ ଅନୁମୋଦିତ ହୋଇଯାଇଛି । ସମଲିଙ୍ଗୀ ବିବାହକୁ ଆଇନାନୁମୋଦିତ କରିବା ପ୍ରସଙ୍ଗରେ ଥାଇଲାଣ୍ଡ ହେଉଛି ଏସିଆର ତୃତୀୟ ଦେଶ । ମାତ୍ର ୧୦ ଜଣ ସାଂସଦ ବିଲ ବିରୋଧରେ ମତଦାନ କରିଥିଲେ ।

ତାଇୱାନ ଓ ନେପାଳରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦିଆଯାଇଛି । ଏହି ଖବରଟି ବିଜୁଳି ବେଗରେ ପ୍ରଚାରିତ ହେବା ମାତ୍ରେ ବହୁ ସମଲିଙ୍ଗୀ ଯୋଡ଼ି ସାଧାରଣରେ ଆନନ୍ଦ ପ୍ରକାଶ କରିଛନ୍ତି । ସମଲିଙ୍ଗୀ ଯୋଡ଼ି ଫ୍ରିନ ଓ ବେକି ମିଳିତ ଭାବେ କହିଛନ୍ତି ଯେ ସେମାନେ ଏହି ଦିନଟିକୁ ବଡ଼ ଉତ୍ସାହର ସହ ଅପେକ୍ଷା କରିଥିଲେ ।