ସମୁଦ୍ର ମଝିରେ ଭୟଙ୍କର ନିଆଁ

ମେକ୍ସିକୋ ସିଟି: ସମୁଦ୍ର ଭିତରେ ଭୟଙ୍କର ନିଆଁ ଲାଗିଛି । ଆପଣମାନଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ । କେମିତି ସମୁଦ୍ର ମଝିରେ ଲାଗିଲା ନିଆଁ ବୋଲି ଆପଣ ଭାବୁଥିବେ । ଏପରି ଘଟଣା ଘଟିଛି ମେକ୍ସିକୋ ସମୁଦ୍ରରେ । ସମୁଦ୍ରରେ ନିଆଁ ଲାଗିବା ପରେ ଏହା ହୁତହୁତ ହୋଇ ଜଳିବାରେ ଲାଗିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ସମୁଦ୍ର ନା ଆଉ କିଛି । ସୂଚନା ଅନୁସାରେ ସମୁଦ୍ର ମଧ୍ୟ ଦେଇ ଯାଇଥିବା ଗ୍ୟାସ ପାଇପ ଲିକ ଯୋଗୁ ସମୁଦ୍ର ଭିତରେ ଭୟଙ୍କର ଭାବେ ଜଳିବା ଆରମ୍ଭ କରିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସମୁଦ୍ର ମଧ୍ୟରେ ଅଗ୍ନିପିଣ୍ଡୁଳା ଭାସୁଥିବା ଭଳି ଭ୍ରମ ସୃଷ୍ଟି ହୋଇଥିଲା । ଅଗ୍ନିକାଣ୍ଡ ଓ ଏହାକୁ ଲିଭା ଯିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମେକ୍ସିକୋ ସରକାରୀ ତୈଳ କମ୍ପାନୀ ପେମେକ୍ସ ପକ୍ଷରୁ ଏହି ଗ୍ୟାସ ପାଇପ ଲାଇନ ପରିଚାଳିତ ହେଉଥିଲା । ଅଘଟଣ ପରେ ତୁରନ୍ତ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍‌ôଚ ୫ ଘଣ୍ଟାରୁ ଅଧିକ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ଗ୍ୟାସ ଲିକ ଓ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହାର ତଦନ୍ତ ଆରମ୍ଭ କରାଯାଇଥିବା କମ୍ପାନୀ କହିଛି । ସେହିପରି ଏଥିରେ କେହି ମୃତାହତ ମଧ୍ୟ ହୋଇନାହାନ୍ତି । ନିଆଁକୁ ଆୟତ୍ତ କରିବାକୁ ନାଇଟ୍ରୋଜେନ୍‌ ଗ୍ୟାସର ବ୍ୟବହାର କରାଯାଇଥିଲା ।