ଯୁଦ୍ଧ ବନ୍ଦ ଦାବିରେ ଇସ୍ରାଏଲ ଦୂତାବାସ ଆଗରେ ଆତ୍ମବଳି

ୱାଶିଂଟନ: ଗାଜା ଅଂଚଳରେ ଯୁଦ୍ଧ ବନ୍ଦ କରିବା ଦାବିରେ ଇସ୍ରାଏଲ ଦୂତାବାସ ବାହାରେ ଆତ୍ମଦାହ କରିଥିବା ଆମେରିକା ବାୟୁସେନା କର୍ମଚାରୀଙ୍କର ସୋମବାର ମୃତ୍ୟୁ ହୋଇଯାଇଛି । ରବିବାର ଦିନ ସେ ଆମେରିକାରେ ଅବସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ନିଜ ଦେହରେ ନିଅାଁ ଲଗାଇବା ସମୟରେ କହୁଥିଲେ ଯେ ସେ ଆଉ ନରସଂହାର କାମରେ ସାମିଲ ହେବେନାହିଁ ।

ମୃତକ ଜଣକ ୨୫ ବର୍ଷୀୟ ଆରୋନ ବୁଶନେଲ ବୋଲି ମେଟ୍ରୋପଲିଟାନ ପୁଲିସ କହିଛି ।ସୂଚନା ମୁତାବକ ବାୟୁସେନା କର୍ମଚାରୀ ଜଣକ ରବିବାର ଦିନ ଗୋଟାଏ ସମୟରେ ଦୂତାବାସ ନିକଟରେ ପହଂଚିବା ପରେପରେ ମୋବାଇଲ ଫୋନ୍‌ଟିକୁ ତଳେ ରଖିଦେଇ ସିଧା ପ୍ରସାରଣ ଆରମ୍ଭ କରିଥିଲେ । ନିଜ ଦେହରେ ଜ୍ୱଳନଶୀଳ ପଦାର୍ଥ ଢାଳି ହୋଇ ନିଅାଁ ଲଗାଇ ଦେଇଥିଲେ ।