ନଦୀକୁ ଖସି ପଡ଼ିଲା ପିକ୍ ଅପ୍, ୭ ମୃତ

ହିମାଚଳପ୍ରଦେଶ : ଚଣ୍ଡିଗଡ-ମନାଲୀ ରାଷ୍ଟ୍ରୀୟ ଉଚ୍ଚ ମାର୍ଗରେ ସଡ଼କ ଦୁର୍ଘଟଣା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାଟି ଗତକାଲି ବିଳମ୍ୱିତ ରାତିରେ ହୋଇଥିଲା । ମହିନ୍ଦ୍ରା ପିକ୍ ଅପ ଭ୍ୟାନଟି ରାତିରେ ଏକ ନାଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମଣ୍ଡି ଜିଲ୍ଲାର ପୁଲଘରତ ନିକଟରେ ଥିବା ସୁକେତି ଖୁଦ ନାଳକୁ ପିକ ଅପଟି ଖସି ପଡ଼ିଥିଲା।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ମର୍ମନ୍ତୁଡ ସଡ଼କ ଦୁର୍ଘଟଣା ନେଇ ଟ୍ୱିଟ୍ କରିଛି। ମୃତକଙ୍କ ପରିବାର ପ୍ରତି ସରକାର ସମବେଦନା ଜଣାଇଥିବା ବେଳେ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ପାଖରେ ଥିବା ଏକ ସରକାରୀ ହସ୍ପିଟାଲକୁ ନିଆଯାଇ ଥିବା ବେଳେ ସେଠାରେ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ପୁଲିସ କହିଛି। ଦୁର୍ଘଟଣାରେ ମୃତ୍ୟୁବରଣ ସମସ୍ତ ମୃତକଙ୍କ ବିହାରରୁ ଆସୁଥିବା ଶ୍ରମିକମାନେ ବୋଲି ଜଣାପଡ଼ିଛି।