ପୁରୁଣା ସାଇକେଲ ଚଢ଼ି ଭାରତକୁ ଚନ୍ଦ୍ରରେ ପହଂଚାଇ ଦେଲେ ସୋମନାଥ

ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଭାରତକୁ ଚନ୍ଦ୍ର ନିକଟରେ ପହଂଚାଇ ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ମୁଖ୍ୟ ଏସ୍‌ ସୋମନାଥ । ବିଚକ୍ଷଣ ମାନସିକ ଶକ୍ତିର ଅଧିକାରୀ ସୋମନାଥ ପିଲାଦିନରୁ ଅତି ବିନମ୍ର ସ୍ୱଭାବର ଥିଲେ । ଗୋଟିଏ ପୁରୁଣା ସାଇକେଲ ଓ ସାଧାରଣ ଘରୁ ସେ ତାଙ୍କର ବିଜୟ ଅଭିଯାନ ଆରମ୍ଭ କରିଥିଲେ।

ପ୍ରତିଭାଶାଳୀ ସୋମନାଥଙ୍କ ନିକଟରେ ଥିଲା ଗଭୀର ଆତ୍ମବିଶ୍ୱାସ ଯାହା ଆଜିର ଯୁବପିଢ଼ିଙ୍କ ନିକଟରେ ବିରଳ ପ୍ରାୟ । ତାଙ୍କ ଲିଖିତ ଆତ୍ମଜୀବନୀ ଆଜିର ଯୁବପିଢ଼ି ପାଇଁ ଉପାଦେୟ ନିଶ୍ଚିତ ।

ବହିଟିରେ ସୋମନାଥଙ୍କ ଜୀବନର ପ୍ରତିଟି ସଂଘର୍ଷ ବିଷୟରେ ବର୍ଣ୍ଣନା କରାଯାଇଛି । ଗୋଟିଏ ଛୋଟିଆ ଗାଁର ଯୁବକ ଦିନେ ଭାରତକୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ନିକଟରେ ପହଂଚାଇବ ବୋଲି କଳ୍ପନା କରି ନଥିଲା । ଏପରିକି ଇଞ୍ଜିନିୟରିଂ ପାଠ ପଢ଼ିବ ବୋଲି ଭାବି ନଥିଲା । ଭାରତ ଭଳି ଦେଶରେ ସଫଳତାର ସିଢ଼ି ଚଢ଼ିବା କେବଳ ସୋମନାଥଙ୍କ ପକ୍ଷେ ସମ୍ଭବ ଥିଲା।

ସୋମନାଥଙ୍କ ମତରେ ଈଶ୍ୱରଙ୍କ କରୁଣାରୁ ଆପଣଙ୍କୁ ଯୋଉ ସୁବିଧା ମିଳୁଛି, ତା’ର ସଦୁପଯୋଗ କରନ୍ତୁ, ସଫଳତା ଆପେ ଆପେ ହାତମୁଠାକୁ ଆସିଯିବ ।