ପୂର୍ବତଟ ରେଳପଥ ମହିଳା ସଂଗଠନ ପକ୍ଷରୁ ସ୍ପଟ୍ ଚିତ୍ରାଙ୍କନ, ପେଣ୍ଟିଂ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ପୁରସ୍କାର ବିତରଣ ସମାରୋହ

ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆଜି ସ୍ପଟ୍ ଚିତ୍ରାଙ୍କନ, ପେଣ୍ଟିଂ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଜୋନାଲ ସ୍ତରର ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଆୟୋଜନ କରିଛି | ରେଳ କର୍ମଚାରୀଙ୍କ ପିଲାମାନଙ୍କ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା |

 

ଏହି ଅବସରରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ଶ୍ରୀମତୀ ରାଧା ସୁନକର, ପ୍ରତିଯୋଗିତାର ବିଜେତାମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ | ଶ୍ରୀମତୀ ଅନୁପମା ଶ୍ରୀବାସ୍ତବ, ଉପଧକ୍ଷା, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଏବଂ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ।