ଚୀନରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଚୀନରେ ଏକ ମାର୍ଶାଲ ସ୍କୁଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଅଗ୍ନିକାଣ୍ଡରେ ୧୬ ଜଣ ଗୁରୁତର ହୋଇଛନ୍ତି । ସରକାରୀ ଟିଭି ସିଜିଟିଏନର କହିବାନୁସାରେ, ହେନାନ୍ ପ୍ରାନ୍ତର ଝୋଚେଙ୍ଗ୍ କାଉଣ୍ଟିଂରେ ଶୁକ୍ରବାର ନିଆଁ ଲାଗିଯାଇଥିଲା । ଏହା ଭୟଙ୍କର ରୁପ ଧାରଣ କରିଥିଲା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ନିଆଁ ଲାଗିବା ଖବର ମିଳିବା ପରେ ପୋଲିସ ଓ ଦମକଳ ବାହିନୀ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଏବେସୁଦ୍ଧା ଅଗ୍ନିକାଣ୍ଡରେ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି ।