ଚୀନ ଭାକସିନ ବ୍ୟବହାର କରୁଥିବା ଦେଶରେ ବଢୁଛି କରୋନା ସଂକ୍ରମଣ

ସୂତ୍ର: ଚୀନ ଟିକାକୁ ନେଇ ଏବେ ଅନେକ ଦେଶ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ଏପରି କିଛି ରିପୋର୍ଟ ସାମ୍ନାକୁ ଆସୁଛି । ଚୀନ ଟିକା କିଣିଥିବା ଦେଶଗୁଡିକ ବଢି ଚାଲିଛି କରୋନା ସଂକ୍ରମଣ । କିଛି ଦେଶ ଚୀନ ଟିକା ନେଇ ନିଜ ଦେଶର ଲୋକଙ୍କୁ ଟିକାକରଣ କରୁଛନ୍ତି । ହେଲେ ସେହି ଦେଶ ଗୁଡିକରେ ଟିକା ନେବା ପରେ କରୋନା ସଂକ୍ରମଣ ବଢୁଥିବାର ସୂଚନା ପ୍ରକାଶ ପାଇଛି ।
ମଙ୍ଗୋଲିଆରେ ୫୮ ପ୍ରତିଶତ ଲୋକେ ଏବଂ ସସେଲ୍ସରେ ୭୨ ପ୍ରତିଶତ ଲୋକେ ଚୀନ ନିର୍ମିତ କରୋନା ଟିକା ସିନୋଫାର୍ମ୍ସ ନେଇ ସାରିଛନ୍ତି । ହେଲେ ଏବେ ଏଠାରେ କରୋନା ସଂକ୍ରମଣ ବଢି ଚାଲିଛି । ୟୁନିଭର୍ସିଟି ଅଫ ହଙ୍ଗକଙ୍ଗର ଭାଇରୋଲୋଜିଷ୍ଟ ଜିଙ୍ଗ ଡୋଙ୍ଗୟାନ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ଚୀନ ଟିକା ପ୍ରଭାବୀ ହୋଇଥାନ୍ତା ତା ହାଲେ ଏହି ଦେଶ ଗୁଡିକରେ କରେନା ସଂକ୍ରମଣ ଏତେ ଦ୍ରୁତଗତିରେ ବଢି ନଥାନ୍ତା । ସେଲସରେ ଚୀନ ଟିକା ନେଇଥିବା ୧୦ ଲକ୍ଷ ଲୋକଙ୍କ ଭିତରୁ ୭୧୬ଜଣ କରୋନା ସଂକ୍ରମିତ ହୋଇ ସାରିଛନ୍ତି । ବାହାରିନ ଓ ୟୁଏଇ ଚୀନ ଟିକାକୁ ଅନୁମତି ଦେଇଥିଲେ । ହେଲେ ସେତେବେଳେ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ମଧ୍ୟ ହୋଇନଥିଲା । ଆଉ ଏଠାରେ ବି ଚୀନ ଟିକା ନେବା ପରେ କରୋନା ସଂକ୍ରମଣ ବଢି ଚାଲିଥିବା ଦେଖିବାକୁ ମିଳୁଛି ।