ପ୍ରଧାନମନ୍ତ୍ରୀଙ୍କ ହାତଟେକାକୁ ଅନାଇଛନ୍ତି ଅଧାଚାଷୀ

ଅଧିକାଂଶ ଚାଷୀଙ୍କ ନିକଟରେ ଜମିର..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟର ଅଧାଚାଷୀ ପ୍ରଧାନମନ୍ତ୍ରୀଙ୍କ କିଷାନ ଯୋଜନାରୁ ବଂଚିତ ହୋଇଛନ୍ତି । ଯୋଜନାର ଫାଇଦା ପାଇବାକୁ ହେଲେ ଚାଷୀଙ୍କୁ ଜମି ରେକର୍ଡର ବିସ୍ତାରିତ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ଅଧିକାଂଶ ଚାଷୀଙ୍କ ନିକଟରେ ଜମିର ମାଲିକାନା ନାହିଁ । ବହୁ ଚାଷୀଙ୍କ ଜମି ସେମାନଙ୍କ ପରଲୋକଗତ ବାପା, ଜେଜେଙ୍କ ନାମରେ ରହିଛି । ନାମ ପରିବର୍ତନ କରାଯାଇ ନଥିବାରୁ ଚାଷୀମାନେ ମାଲିକାନା ସଂପର୍କୀତ ପ୍ରମାଣ ଦାଖଲ କରିପାରୁନାହାନ୍ତି । ଫଳରେ ପୂର୍ବରୁ ଫାଇଦା ଉଠାଉଥିବା ଚାଷୀମାନେ ଗତବର୍ଷ ଅଗଷ୍ଟ-ନଭେମ୍ବର କିସ୍ତି ଟଙ୍କା ପାଇନାହାନ୍ତି ।

୩ ବର୍ଷ ହେଲା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜୀକୃତ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇନି । ୨୦୨୦ ମସିହାରୁ ଅନ୍ଲାଇନ୍ରେ ଆବେଦନ କରିଥିବା ଲୋକଙ୍କ ମାମଲା ଅଦ୍ୟାପି ବିଚାରାଧୀନ ରହିଛି । ଏହି ଦୁଇଟି କାରଣରୁ ଲୋକଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି । ଜଣାଇ ଦିଆଯାଉଛି, ପ୍ରତିବର୍ଷ ଚାଷୀଙ୍କୁ ତିନିଟି କିସ୍ତିରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବାବଦକୁ ୬ ହଜାର ଟଙ୍କା ଦିଆଯାଏ । ରାଜ୍ୟର ୪୦ ଲକ୍ଷ ୯୨ ହଜାର ୧୯୦ ଜଣ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ହୋଇଛନ୍ତି ।

ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକ ପୋର୍ଟାଲ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଉକ୍ତ ପୋର୍ଟାଲରେ ସରକାରଙ୍କ ପକ୍ଷରୁ ଜମି ରେକର୍ଡ ଅପ୍ଡେଟ୍ ଆରମ୍ଭ କରାଯାଇଛି ।