ଦିଅଁ ହୋଇଯିବେ ସବୁ ପୁରୁଣାଗାଡ଼ି

୫୦ ବର୍ଷ ଅତିକ୍ରମ କରିଥିବା ଦୁଇଚକିଆ ଓ ଚାରିଚକିଆ ଗାଡ଼ି..

୫୦ ବର୍ଷ ଅତିକ୍ରମ କରିଥିବା ଦୁଇଚକିଆ ଓ ଚାରିଚକିଆ ଗାଡ଼ି ଆଉ ରାସ୍ତାରେ ଗଡ଼ିବନି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରୁଣା ଗାଡ଼ିଗୁଡ଼ିକ ଦିଅଁ ଘୋଷିତ ହେବେ । ଗାଡ଼ିର ଇଞ୍ଜିନ, ଯନ୍ତ୍ରାଂଶ ଓ ଚଳନ କ୍ଷମତାକୁ ମାପଚୁପ କରି ସରକାର ଭିଂଟେଜ ସାର୍ଟିଫିକେଟ୍‌ ପ୍ରଦାନ କରିବେ ।

ଯାହା ଫଳରେ ଗାଡ଼ିମାଲିକ ସେମାନଙ୍କ ଗାଡ଼ିକୁ ବିଭିନ୍ନ ପ୍ରଦର୍ଶନୀ, ମେଳା ଓ ଶୋଭାଯାତ୍ରାରେ ଲୋକଙ୍କୁ ଦେଖାଇ ପାରିବେ । ଦରକାର ପଡ଼ିଲେ, ସରକାରଙ୍କ ଅନୁମତି କ୍ରମେ ବିକିପାରିବେ । ଦିଅଁ ଗାଡ଼ିଗୁଡ଼ିକ ନିୟମିତ ଭାବେ ରାସ୍ତାରେ ଚାଲିବନି ।

ସରକାରଙ୍କ ଏଭଳି ପଦକ୍ଷେପରେ ଗାଡ଼ିଗୁଡ଼ିକୁ ଠାକୁର ଠାକୁରାଣୀ ମନେକରୁଥିବା ଲୋକଗୁଡ଼ିକ ଅଧିକ ମାତ୍ରାରେ ଖୁସି ହୋଇଯାଇଛନ୍ତି । ଅଧିକାଂଶ ଲୋକ ସେମାନଙ୍କର ଭାଗ୍ୟ ଉଦୟ ପାଇଁ ପ୍ରଥମ କରି କିଣିଥିବା ଗାଡ଼ିକୁ ଦାୟୀ କରିଥାନ୍ତି । ସେଭଳି ଲୋକମାନେ ପହିଲି ଗାଡ଼ିକୁ ବିକିବାକୁ କୁଣ୍ଠାବୋଧ କରିଥାନ୍ତି, କବାଡ଼ିଆଙ୍କ ହାତକୁ ଟେକିଦେବାକୁ ପଛାଇଥାନ୍ତି ।