160×600
160×600

ପ୍ରଥମଥର ଡିଜିଟାଲ ଉପାୟରେ କରାଯିବ ଜନଗଣନା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ ପ୍ରଥମଥର ଦେଶରେ ଡିଜିଟାଲ ଉପାୟରେ କରାଯିବ। ଏଥି ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ସହିତ ମୋଟ ୩,୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତୀୟ ଇତିହାସରେ ପ୍ରଥମଥର ପାଇଁ ଡିଜିଟାଲ ଉପାୟରେ ଜନଗଣନା କରାଯିବ। ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୋବାଇଲ ଆପ୍ଲିକେସନ ଜରିଆରେ ଜନଗଣନା କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ।