୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱୁଇଟ୍‌ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି, ” ରାଷ୍ଟ୍ରପତି ତାଙ୍କର ନମ୍ର ବ୍ୟକ୍ତିତ୍ୱ ହେତୁ ସେ ନିଜକୁ ସମଗ୍ର ଦେଶ ପାଇଁ ପ୍ରିୟର ପାତ୍ର ପାଲଟିଛନ୍ତି । ସମାଜର ଗରିବ ବର୍ଗର ଲୋକଙ୍କ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ୱ ଅତି ଆଦର୍ଶନୀୟ ଅଟେ ”। ଏହାସହ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନର କାମନା କରିଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାଷ୍ଟ୍ରପତିଙ୍କୁ ଟ୍ୱୁଇଟ୍‌ କରି ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି