ନୂଆଦିଲ୍ଲୀରେ ମୁଖ୍ୟ ସଚିବଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ମୁଖ୍ୟ ସଚିବଙ୍କ ସମ୍ମିଳନୀରେ….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ମୁଖ୍ୟ ସଚିବଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ବନ୍ଧୀୟ ବିଷୟ ଉପରେ ମତ ବିନିମୟ କରିବା ଏବଂ ଭାରତକୁ ନୂତନ ଉଚ୍ଚତାକୁ ନେବା ପାଇଁ ଦଳଗତ ଆବେଗକୁ ମଜବୁତ କରିବା ଲାଗି ଏହା ଏକ ଭଲ ଫୋରମ୍ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ ଯୋଗ ଦେଇଛି। ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ମତ ବିନିମୟ କରିବା ଏବଂ ଭାରତକୁ ନୂତନ ଉଚ୍ଚତାକୁ ନେବା ପାଇଁ ଦଳଗତ ଆବେଗକୁ ମଜବୁତ କରିବା ପାଇଁ ଏହା ଏକ ଭଲ ଫୋରମ୍ ।”