ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଠାରୁ ସାରା ଭାରତରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି। ଏବେ ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ।ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି। ଆଜି ଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଏକ ହେଲଥ ଆଇଡି ରହିବ। ଏହି କାର୍ଡ ସମ୍ପୂର୍ଣ୍ଣ ଡିଜିଟାଲ ହେବ ଯାହା ଆଧାରକାର୍ଡ ପରି ଦେଖାଯିବ। ଏହି କାର୍ଡରେ ଆପଣ ଏକ ନମ୍ବର ପାଇବେ। ଏହି ସଂଖ୍ୟା ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବ। ଏହା ସେମାନଙ୍କର ହେଲଥ ଆକାଉଣ୍ଟ ଭାବେ କାମ କରିବ। ଏଥିରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟର ରେକର୍ଡ ରହିବ। ଏକ ମୋବାଇଲ ଆପ୍ଲିକେସନ ଜରିଆରେ ଏହାକୁ ଲିଙ୍କ କରାଯାଇ ଦେଖାଯିବ।
ଆଜି ପ୍ରଧାନମନ୍ତ୍ରୀ ଏହି ମିଶନକୁ ଶୁଭାରମ୍ଭ କରି କହିଛନ୍ତି