DRDO ତଥ୍ୟ ଲିକ୍ ମାମଲାରେ ନୂଆ ଟ୍ବିଷ୍ଟ

କଟକ : DRDO ତଥ୍ୟ ଲିକ୍ ମାମଲାରେ ନୂଆ ଟ୍ବିଷ୍ଟ । ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ଆସିଲା ନୂଆ ତଥ୍ୟ । ବିଦେଶୀ ଯୁବକଙ୍କ ଫୋନ୍ ହ୍ୟାକ୍‌ କରି ଅଭିଯୁକ୍ତଙ୍କ ସହ କଥା ହେଉଥଲେ ରହସ୍ୟମୟୀ ମହିଳା । ବିଦେଶୀ ଯୁବକଙ୍କ ଲିଙ୍କ୍‌ ପଠାଇ କ୍ଲିକ୍‌ କରିବାକୁ କହିଥିଲେ ରହସ୍ୟମୟୀ । କ୍ଲିକ୍‌ କଲାପରେ ବିଦେଶୀ ଯୁବକଙ୍କଠୁ OTP ହାସଲ କରିଥିଲେ ସଂପୃକ୍ତ ମହିଳା । ପରେ ସେହି ଫୋନ୍‌ ବ୍ୟବହାର କରି ଅଭିଯୁକ୍ତଙ୍କ ସହ ମହିଳା କଥା ହେଉଥିଲେ ବୋଲି ସୂଚନା ରହିଛି ।